Unknown

ବିଶ୍ଵନାଥଙ୍କ ଜଣାଣ

ଶ୍ରୀ ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ଜଗଦ୍ଦେବ

 

 

ବିଶ୍ୱନାଥଙ୍କ ଜଣାଣ

 

କେଉଁ ଦୀନଜନ, କରେ ନିବେଦନ, ବିଶ୍ୱନାଥଙ୍କ ଛାମୁରେ

କୃଶତାକୁ ବହି, କରାନ୍ୱିତେ ରହି,

ଆନ୍ତରିଙ୍କ ଭକତିରେ ହେ

ଆହେ କୈଳାସ ଈଶ୍ୱର, କରୁଣାରେ ଏକ୍ଳେଶୁ ଉଦ୍ଧର ହେ

।। ୧ ।।

ଖଣ୍ଡପର୍ଶୁଧର, ଖଣ୍ଡିଣ ଏଥର, ଖଗଙ୍କ ପୀଡ଼ା ଆମୁଲେ

ଖଟଣି ପ୍ରକାର, ଖଟାଇ ପୟର,

ସେବାରେ ରଖାଅ ବେଳେ ହେ

ଖରେ ଶୁଣି ମୋ ମନ୍ଦନ, ଖେଦପାଶରୁ କର ମୋଚନ ହେ

।। ୨ ।।

ଗରକଣ୍ଠଘୋର ଗରଦୁଃଖରେ ଚତି ଏହା ତୁମ୍ଭେ ମୋର

ଗୁହାରି ଶୁଣିବୁ, ମରସପୁରସୁ ବୁଡ଼ାରେ

ଜବେ ନିବାର ହେ

ଗାଢ଼ ସଙ୍କଟରେ ପଡ଼ି ଗଞ୍ଜିଲ ମୁ ହୋଇ ଯାଏ ସଡ଼ି ହେ

।। ୩ ।।

ଘୋଟିଅଛି ଆସି, ଘୋର ପାପରାଶି, ଘଟକୁ କରାଇ କ୍ଷାମ

ଘୂର୍ଣ୍ଣିହେଉ ଦୁଃଖ,-ଘାସିରେ ବିମୁଖ,

ହୋଇଅଛି ସର୍ବଯାମ ହେ

ଘେନି ଘଣ୍ଟକୁ ଘୋଡ଼ାଇ, ଘଣ୍ଟେଶ୍ୱର କର ମୋତେ ତ୍ରାହି ହେ

।। ୪ ।।

ନବପଞ୍ଚପୁରେ, ନରାଦି ଶ୍ରେଣୀରେ, ନିରେଖ ହୋଇ ମୋପରି,

ନଥିବତ କେହି, ନିରାମୟ ନୋହି,

ନିରବଧି ଏହିପରି ହେ

ନିଯୋଜ୍ୟରେ ଏବିଲମ୍ବ, ନକରିଣ ହୁଅ ଅବଲମ୍ବ ହେ

।। ୫ ।।

ଚଦିର-ଭୂଷଣ, ଚବିର-ଧାରଣ, ଚବିରାସ୍ୟଙ୍କର ତାତ,

ଚପଳରେ ଭବ, ଚାରୁ ଜଳୋଦ୍ଭବ,

ଚରଣାମୃତ ବିଞ୍ଚିତ ହେ

ଚଖାଇଣଦେଲେ ଚିନ୍ତା,-ଚିତାତ ଆମୂଳେ ଲଭିଯାନ୍ତା ହେ

।। ୬ ।।

ଛିଦ୍ର ଦଶା ବେଳେ, ଛଦ୍ମ କରି ହେଲେ, ଛାଡ଼ିଦେବ

ଯେବେ ହର, ଛଅଷ୍ଟଭୁବନେ, ଛଛନ୍ଦେ କେ ମନେ,

ଭଜିବେ ନାମ ତୁମ୍ଭର ହେ

ଛାର କ୍ଳେଶେ ଭୟପାଇ ଛପିଅଛ ଯା ଦେଖାନଦେଇ ହେ

।। ୭ ।।

ଜଞ୍ଜାଳଜାଲରେ, ଜଡ଼ି ନିରନ୍ତରେ ଜଡ଼ବୋଲି ବୋଲାଉଛି

ଜଡ଼ବସ୍ତୁ ପାଇ, ଜନୀଭୂତ ହୋଇ,

ଜଡ଼ବର ପରିଅଛି ହେ

ଜହ୍ନୁ କନ୍ୟାଦର ଜବେ, ଜଣାଣକୁ ଶୁଣ ଲବେ ଏବେ ହେ

।। ୮ ।।

ଝାମ୍ପଦେଇ ଆସି, ଝିଙ୍କି କେଶ ପାଶୀ, ଝାମ୍ପି ନେବଟି

ଏ ପ୍ରାଣ, ଝଟତି ସେ ଦର, ଝିମିଟରେ ଦୂର,

ନକଲେ ହେବ ଦୂଷଣ ହେ

ଝାଡ଼ବାସୀ କୃପାମୃତ, ଝଲ୍ଲତି ମୋପରେ, ହେଉ ପାତ ହେ

।। ୯ ।।

ନିରେଖରେ ଆଉ, ନୈରାଶ୍ୟ ନହେଉ ନମୁଛି ପଦେ ତୁମ୍ଭର

ନରଙ୍କରେ ପୁଣ, ନାରକୀ ବୋଲିଣ, ହେବିଟି

ଲେଖା ନିକର ହେ

ନିଖିଳରେ ତୁମ୍ଭବିନା, ନାଶିବ କେବା ଏ ମୋ ଯାତନା ହେ

।। ୧୦ ।।

ଟାକିଅଛି କ୍ଷୀଦ୍ର, ଟାଣହୋଇ ଛିଦ୍ର, ଟିକିଏ ପାଇବାଯାଏ

ଟଙ୍କରେ ତା ଗର୍ବ, ଟଙ୍କାଇ ହେ ଶର୍ବ,

ଟେକ ରଖାଅ ନିର୍ଭୟେ ହେ

ଟିକକରେ ମନ ମୋର, ଟଳଟଳ ହୁଏ ପାଇ ଦର ହେ

।। ୧୧ ।।

ଠିକରେ ଠଉରି, ଠୁରି ତୁମ୍ଭରି, ଠଣ ସୁନ୍ଦରାଘ୍ରିଂ ମୋକ୍ଷ

ଠାବବୋଲି ଭାବି, ଠିକଣା କରିବ,

ଟିକିଏ ହେଲେ ପ୍ରତ୍ୟକ୍ଷ ହେ

ଠୁଳେ ଚନ୍ଦ୍ର ଚୂଡ଼ାମଣି,-ଠାରେ କୃପାକର ଶୂଳପାଣି ହେ

।। ୧୨ ।।

ଡରି କଲେ ହେଳା, ଡ଼ୁବିବ ମୋ ଭେଳା, ଡ଼ୁବ ନକରାଇ ଆର

ଡାକଶୁଣି ଲୋଳେ, ଡୌଲପଦତଳେ,

ରଖି ମୋର ଦର ହର ହେ

ଡମ୍ଭକତ ଅଟେ ମୁହିଁ, ଉମ୍ଭ ପରି କିଛି ନଜାଣଇଁ ହେ

।। ୧୩ ।।

ତଳତଳ ହୋଇ, ତତ୍କାର ଆସଇ, ତାଳେ ହେଲେ ହେ ମହେଶ

ତୋତେ ପଦନୀର, ତୋକାଇ ପାପର,

ତମକୁ କରାଅ ଧ୍ୱଂସ ହେ

ଢକଢକ ହୋଇ ଜୀବ, ଢଳିପଡ଼ିଲେ ନିନ୍ଦା ପାଇବ ହେ

।। ୧୪ ।।

ଅଶରଣନ୍ତ୍ରାତା, ଅଖିଳକରତା, ଅକର୍ମରୋ କର୍ମଦାତା

ଅଟବୋଲ ତୁମ୍ଭେ, ଅଛି ସଦା ଦମ୍ଭେ,

ଅମ୍ବୁଜାଘ୍ରିଂ କରି ଚିନ୍ତା ହେ

ଅକିଞ୍ଚିନେ କର କୃପା, ଅକାରଣରେ ନପାଅ ତ୍ରପା ହେ

।। ୧୫ ।।

ତୁରିତେ ଏଭୀରୁ, ଜମୋବିକାରରୁ ତରିବା ଆଶାରେ ପୁଣ,

ଦ୍ଭବ ସୈାଭାଗ୍ୟଦ,-ତାମରସ ପଦ,-

ତଳେ ପଶୁଛି ଶରଣ ହେ

ତ୍ରାହି କରିବାକୁ କେହି, ତୁମ୍ଭବିନା ଆଉ ଅନ୍ୟ ନାହିଁ ହେ

।। ୧୬ ।।

ଥୟନୋହି ମନ, ତରେ ଅପଘନ, ଥକାହୋଇ ଏପ୍ରକାର

ଥାଉଥାଉ ପ୍ରାଣ, ଥାପିରେ କହିଣ,

ସନ୍ଦେହ ଫିଟାଅ ଖର ହେ

ଥିଲେ କୃପାକରଦାନ, ଥଟାପରି ଏ ସବୁ ନଘେନ ହେ

।। ୧୭ ।।

ଦୀନଜନ ବାଣୀ, ଦଣ୍ଡେମାତ୍ର ଶୁଣି, ଦର ନକରି ହେ ହର,

ଦେଇ କୃପାତରୀ, ଦୁଃଖାବ୍ଧିରୁ ପାରି,

କରି ଯଶ ରଖ ଖର ହେ

ଦତ୍ତ କରିକରି ସର୍ବ, ଦିଗମ୍ବର ବୋଲାଉଛି ଶର୍ବ ହେ

।। ୧୮ ।।

ଧନ୍ଦି ହୋଇହୋଇ, ଧୃତିକି ହକାଇ, ଧର୍ମକର୍ମ ନଜାଣଇଁ

ଧଡ଼ସି ଧବଳ, ଧରାଧରପାଳ,

ଧ୍ୟାନରେ ରଖ ମଜ୍ଜାଇ ହେ

ଧରଣୀରେ ତୁମ୍ଭବିନା, ଧ୍ୱଂସିବ କେବା ଏ ମୋ ବେଦନା ହେ

।। ୧୯ ।।

ନିରତେ ତୁମ୍ଭର, ନଳିନ ପୟର, ନିରୋଳେ ଯେ ଭଜେ ତାର,

ନ ହୁଅଇ ରୋଗ, ନରହେତ ଖଗ,

ଉପଦ୍ରବାଦି ନିକର ହେ

ନାହିଁତ ମୋ ଆଉ ସଖ୍ୟ ନିତି ଭଜ ଲଭିବାକୁ ସୈାଖ୍ୟ ହେ

।। ୨୦ ।।

ପୟରେ ଶରଣ, ପଶୁଛି ଆସିଣ, ପ୍ରତୀକର କରିମୋର

ପଞ୍ଚଏକଅରି, ପାଶରୁ ଉଦ୍ଧାରି,

ପୂତକରି କଳେବର ହେ

ପରିତୋଷେ ଥିବି ତୁମ୍ଭ, ପଦୋଦଳେ ବର୍ତ୍ତବହିଦମ୍ଭ ହେ

।। ୨୦ ।।

ଫିଟାଅ ଏ ମାୟା, ଫାଶ ବହି ଦୟା, ଫୁଲ୍ଲାରବିନ୍ଦ ଚରଣ,

ଫଳଦ ବୋଲିଣ, ଫନ୍ଦା ମୁ କରିଣ,

ଅଛିଟି ଫଣି ଭୂଷଣ ହେ

ଫେରିବ ସୁଦଶା କେବେ, ଫେଡ଼ି ଫୁରଣାରେ କହି ଚବେ ହେ

।। ୨୨ ।।

ବିକୃତିଯୋଗରୁ, ବିକଳ ହେବାରୁ ବିକାଶ ରହିତ ହୋଇ,

ବଞ୍ଚିବା ଭରସା, ବର୍ଜ୍ଜିଛି ହେ ଉସା,

ବାହନ ଫନ୍ଦା ନ ପାଇ ହେ

ବଞ୍ଚାଇବା ଶକ୍ତି ଥାଇ ବଞ୍ଚନ କରୁଛ ବା କିପାଇଁ ହେ

।। ୨୩ ।।

ଭୟାକ୍ରାନ୍ତେ ସଡ଼ି, ଭବତଳେ ପଡ଼ି, ଭାସି ଯାଉଛି ଏଥର,

ଭଦ୍ରଦ ହେ ତୁମ୍ଭେ, ଭୀତନୋହି ଦମ୍ଭେ,

ଭୀଷଣ ବଳେ ଉଦ୍ଧର ହେ

ଭକ୍ତିରେ ଆସକ୍ତ ହୋଇ ଭାଷେ ଚନ୍ଦ୍ର ଚୂଡ଼ାମଣି ଧ୍ୟାଇ ହେ

।। ୨୪ ।।

ମର୍ମ୍ମ ଚିନ୍ତାନଳେ, ମୁହୁର୍ମୁହୁଃ ଜ୍ୱଳେ, ମୁହୂର୍ତ୍ତେ ନୋହି

ବିଶ୍ରାନ୍ତ, ମହିମାଅମୃତ, ମୋହରେ କିଞ୍ଚିତ୍‌

ପତନ ହେଉ ତୁରନ୍ତ ହେ

ମୃତ୍ୟୁ ଭୃତ୍ୟହୋଇଟାଣ, ମୂର୍ଚ୍ଛିତ ନକରାଇବ ପୁଣ ହେ

।। ୨୫ ।।

ଯାହାର ଚରଣ ଯୁଗଳ ସେବିଣ, ଯତ୍ନେ ମାର୍କଣ୍ଡେୟ ଯତି

ଯୋଗାସନେ ବସି, ଯୋଗମାୟା ନାଶି,

ଯ ଭିତରେ ଶ୍ରେଷ୍ଠ ହେ

ଜପି ସେ ବିଭୁଙ୍କ ନାମ, ଯାତନା ଯା ନୁହେ ଉପଶମହେ

।। ୨୭ ।।

ରାଜା ସୁରସେନ, ରୋଗେ ହୋଇ ଖିନ୍ନ ରହନ୍ତେ

ତବ ଶରଣେ, ଭିକ୍ଷା ତାଙ୍କୁ କରି ରସାରେ ତୁମ୍ଭରି

ରଖିଛ ଯଶ ଆପଣେ ହେ

ରୂକ୍ଷନୋହି ସେହିପରି, ରଖ ମତେ ଗରଛୁ ଉଦ୍ଧାରି ହେ

।। ୨୭ ।।

ଲୋକନାଥ ହୋଇ, ଲୋକେ ରୂକ୍ଷନୋହି, ଲବ କରୁଣ ନକଲେ,

ଲୋକରେ କି ଯଶ, ଲଭିବ ବା ଲେଶ,

ଲୋକେ ଭାଳି ହାଲେଭଲେ ହେ

ଲୋପକର ମୋ ସନ୍ଦେହ, ଲୋ କାପବାଦେ ସଡ଼େ ମୋଦେହ ହେ

।। ୨୮ ।।

ବିପଦ ସରିତେ, ବୁଡ଼ିଣ ଆରତେ, ବାଳୀଶ ପରି ହୁଅଇ,

ବାଞ୍ଛାକଳ୍ପତରୁ ବଞ୍ଚାଅ ଏଥିରୁ,

ବାଞ୍ଛିତ ସିଦ୍ଧି କରାଇ ହେ

ବିଶ୍ୱରେ ତୁମ୍ଭରି ବିନା, ବିନାଶିବକେବା ଏ ବେଦନା ହେ

।। ୨୯ ।।

ଶ୍ରୀନନ୍ଦନପର, ଶ୍ରୀଭ୍ରାତାଶେଖର, ଶ୍ରୁତିକି ଡେରିକି ଞ୍ଚିତ,

ଶ୍ରବଣକରିଣ, ଶ୍ରଦ୍ଧାରେ ଚରଣ,

ସେବାରେ ରଖ ତୁରିତ ହେ

ଶ୍ରାନ୍ତରେ ମୋହର ତନୁ, ଶ୍ରାନ୍ତ ହେଉଛି କି ଦିନୁ ଦିନ ହେ

।। ୩୦ ।।

ସୋମଚୂଡ଼ ଘୋର, ସୋମଜୟକର, ସୋମଜାବରେ ହେ

ଏକା ସୋମଜାଘ୍ରିଂ ଯାର, ସେବିଣ ନିକର,

ସୋମ ଲଭିଲେ ଅଳକା ହେ

ସେ ବିଭୂ ଙ୍କର ଚରଣ, ସଦାଧ୍ୟାଇ ନଗଲା କଷଣ ହେ

।। ୩୧ ।।

ଷଣ୍ମୁଖ ଜନକ, ଷଷ୍ଠୀକାନାୟକ, ଷୋଡ଼ଶାଂଶୁର

ପୀଡ଼ାରୁ, ସଦ୍ୟ ରକ୍ଷାକର, ସୋମଜପୟର,

ସୋମ ଦେଇ ନୋହି ଭୀରୁ ହେ

ସଂସାରେ କେ ତୁମ୍ଭଭଳି, ସହିପାରିବ ମୋହର ଅଳି ହେ

।। ୩୨ ।।

ହରିଭୂକଧର, ହରି ଦରହର, ହେଳେ ମାୟାମୋତେ ଭୁଲି,

ହରି ହରି ହରି, ହରି ହରି ହରି,

ହରି କେ ନିରିକେ ବୋଲ ହେ

ହେଜିଣ ନଚିହ୍ନି ପାରି, ହେଉଛନ୍ତି ବିସ୍ମିତ ଆହୁରି ହେ

।। ୩୩ ।।

କ୍ଷପାକରଧର,କ୍ଷିପ୍ରେ ଏହି ଘୋର, କ୍ଷିଦ୍ର ହରହାଲେ ହେଳେ,

କ୍ଷୋଭ କ୍ଷୈାଣୀଈଶତୁଙ୍ଗୀ,

ପ୍ରତି ଚୂଡ଼ାମଣି ବୋଲେ ହେ

କ୍ଷମାକରି ମୋର ହୋଷ, କ୍ଷିତିମଣ୍ଡଳେ ରଖ ଆପଣ ହେ

।। ୩୪ ।।

 

-ସମ୍ପୂର୍ଣ୍ଣ-